ଠିକ୍ ଶପଥ ଗ୍ରହଣ ପୂର୍ବରୁ ରାଜଭବନ ପକ୍ଷରୁ ପ୍ରକାଶ ପାଇଲା ମନ୍ତ୍ରୀ ତାଲିକା। ମୁଖ୍ୟମନ୍ତ୍ରୀଙ୍କ ୨ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ। ସେହିପରି ଶପଥ ନେବେ ୮ କ୍ୟାବିନେଟ ମନ୍ତ୍ରୀ ଓ ୫ ରାଷ୍ଟ୍ରମନ୍ତ୍ରୀ। ରାଜଭବନ ପକ୍ଷରୁ ମନ୍ତ୍ରୀମାନଙ୍କ ନାମ ଘୋଷଣା କରାଯାଇଛି। କ୍ୟାବିନେଟ ମନ୍ତ୍ରୀ ହେବେ- ସୁରେଶ ପୂଜାରୀ, ରବି ନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୁତି ଜେନା, କୃଷ୍ଣଚନ୍ଦ୍ର ମହାପାତ୍ର। ରାଷ୍ଟ୍ରମନ୍ତ୍ରୀ ହେବେ- ଗଣେଶ ରାମସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୂରଜ, ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ, ସଂପଦ ସ୍ବାଇଁ।