Odia News Portal

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ପ୍ରସଙ୍ଗ, ପ୍ରେସମିଟ୍ କରି ବର୍ଷିଲେ ଅପରାଜିତା ଷଡଙ୍ଗୀ

ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ପ୍ରସଙ୍ଗରେ ପ୍ରେସମିଟ୍ କରି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ସିଧା ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ କେଉଁ ପରିସ୍ଥିତିରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅପରାଜିତା କହିଛନ୍ତି, ଯେଉଁ ବୁଥରେ ଇଭିଏମ୍ ଭଙ୍ଗା ହେଇଥିଲା, ସେହି ସ୍ଥାନକୁ ସେ ସାଙ୍ଗେ ସାଙ୍ଗେ ପହଞ୍ଚିଥିଲେ । ହେଲେ ସେଠାରେ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା ନେଇ କେହି ବି ଲୋକ ଅଭିଯୋଗ କରିନଥିଲେ । ଅନ୍ୟପଟେ ଡ୍ରାଇଭର ବନବାଳୀ ବାବୁ ଗତକାଲି ଯେଉଁ କଥା କହିଛନ୍ତି, ସେଥିରୁ ସ୍ପଷ୍ଟ ହେଇଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିନାହାଁନ୍ତି । ବନମାଳୀ ବାବୁଙ୍କୁ ୪ ଜଣ ପୋଲିସ୍ ହଇରାଣ କରିଥିଲେ । ସେମାନେ ଚାହୁଁଥିଲେ ସେ କୁହନ୍ତୁ, ପ୍ରଶାନ୍ତ ଜଗଦ୍ଦେବ ସେହି ଇଭିଏମ୍ ଭାଙ୍ଗିଛନ୍ତି ।

ଅନ୍ୟପଟେ ଅପରାଜିତା ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଶାନ୍ତ ଜଗଦ୍ଦେବ ବାବୁଙ୍କ ଲୋକପ୍ରିୟତାକୁ ସରକାର ଡରିଗଲେ କି? ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି । ତାଙ୍କ ପାଖରେ ସିସିଟିଭି ଫୁଟେଜ୍ ରହିଛି । ସେହି ଫୁଟେଜରେ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା ନେଇ କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ ।