Odia News Portal

ପେଟ୍ରୋଲ ଏବଂ ବ୍ୟାଟେରୀରେ ଚାଳିତ ପ୍ରଥମ ଭାରତୀୟ ବାଇକ୍, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ନୂଆଦିଲ୍ଲୀ : ଟିଭିଏସ ନିଜର କନସେପ୍ଟ ବାଇକ୍ ଟିଭିଏସ ଜେପେଲିନ୍ (TVS Zeppelin) ଚଳିତ ବର୍ଷ ଲଞ୍ଚ କରିବାକୁ ଯାଉଛି। ଏହି ବାଇକ୍ ୨୦୧୮ ଫେବ୍ରୁଆରୀରେ ହୋଇଥିବା ଥିବା ଅଟୋ ଏକ୍ସପୋରେ ଲଞ୍ଚ କରାଯାଇଥିଲା। ତେବେ ପୂର୍ବେ ଏହାକୁ ୨୦୧୮ ମସିହାରେ ଲଞ୍ଚ କରିବା ନେଇ ଖବର ଆସିଥିବା ବେଳେ ତାହାକୁ ଏବେ ଲଞ୍ଚ କରାଯିବ ବୋଲି କମ୍ପାନି ତରଫରୁ ସୂଚନା ମିଳିଛି। ଏହି କ୍ରୁଜର ବାଇକ୍ ଦେଖିବାକୁ ଯେତେ ପାୱାରଫୁଲ ସେତିକି ହିଁ ହାଇଟେକ୍ ମଧ୍ୟ। ଏହା ଟିଭିଏସ କମ୍ପାନିର ପ୍ରଥମ ଏପରି ବାଇକ୍ ଯେଉଁଥିରେ ୨୨୦ସିସି ପେଟ୍ରୋଲ ଇଞ୍ଜିନ ସହ ଇଲେକ୍ଟ୍ରିକ୍ ମୋଟର ମଧ୍ୟ ଦିଆଯାଇଛି।

୧୨୦୦ ୱାଟ ମୋଟର :
ଏହି ବାଇକରେ ୧୨୦୦ ୱାଟ ରିଜନେଟିଭ୍ ଅସିଷ୍ଟ ମୋଟର ଦିଆଯାଇଛି। ଯାହା ୪୮ ବୋଲ୍ଟ ଲିଥିୟମ୍ ବ୍ୟାଟେରୀ ସହ ଆସିଥାଏ। ଏହା ଏତେ ପାୱାରଫୁଲ କି ଏହା ୨୦ପ୍ରତିଶତରୁ ଅଧିକ ଟ୍ରାକ୍ ଜେନେରେଟ କରିପାରିବ। କିନ୍ତୁ ଏହାର ଇଞ୍ଜିନ କେବେ ପାୱାର ଏବଂ କେବେ ଟ୍ରାକ୍ ଜେନେରେଟ କରିବ ତାହା ବିଷୟରେ କମ୍ପାନି ଏଯାଏଁ କିଛି କହିନାହିଁ।

ଷ୍ଟାଇଲିସ ଲୁକ୍ ଏବଂ ଫିଚର:
ଜେପାଲିନ ବାଇକର ଡିଜାଇନ ବିଷୟରେ କୁହାଯାଏ ତେବେ ଏଥିରେ ରୋବଟ ଭଳି ଦେଖାଯାଉଥିବା ଦୁଇ ଲ୍ୟାମ୍ପ ଦିଆଯାଇଛି। ଏଥିରେ ଦମଦାର ଅଏଲ ହ୍ବିଲ ସହ ଟ୍ବୁବଲେସ ଟାୟାର ମଧ୍ୟ ଦିଆଯାଇଛି। କମ୍ପାନି ଏହି ବାଇକରେ ବାୟୋ ନାମକ ସ୍ମାର୍ଟ ଏକ୍ସେସ ସ୍ବିଚ୍ ମଧ୍ୟ ଦେଇଛି। ତେବେ ଏହାର କାମ ବିଷୟରେ କମ୍ପାନି ତରଫରୁ କିଛି ସୂଚନା ମିଳିନାହିଁ। ବାଇକରେ ଆକ୍ସନ କ୍ୟାମେରା, କ୍ଳାଉଡ କନେକ୍ଟିଭିଟି ଇନଫୋଟେଣ୍ଟମେଣ୍ଟ ମିଟର ଏବଂ କଣ୍ଟ୍ରୋଲ ସହ ଏବିଏସ୍ ମଧ୍ୟ ଦିଆଯାଇଛି।

କେତେ ରହିଛି ମୂଲ୍ୟ:

ମିଡିଆରେ ଅସୁଥିବା ରିପୋର୍ଟ ମୁତାବକ, ଏହି ଦମଦାର ବାଇକର ମୂଲ୍ୟ ୧.୨୦ ଲକ୍ଷରୁ ୧.୮୦ ଲକ୍ଷ ରହିପାରେ। ସେହିପରି କିଛି ଜଣଙ୍କ ମୁତାବକ, ଏହାର ମୂଲ୍ୟ ୨ ଲକ୍ଷରୁ ୩.୨ ଲକ୍ଷ ମଧ୍ୟ ରହିବ ବୋଲି କୁହାଯାଉଛି। ଏହି ବାଇକଟି ଇଣ୍ଟୁଡରକୁ କମ୍ପିଟିସନ ଦେଇପାରିବ ବୋଲି ଜଣାପଡ଼ିଛି