୨୪ ସିଂହାସନ ପାଇଁ ଓଡ଼ିଶାରେ ପଡିଛି ପ୍ରଥମ ପର୍ଯ୍ୟାୟ ଭୋଟ । ଇଭିଏମରେ ସିଲ୍ ହୋଇଛି ୨୭୧ ପ୍ରାର୍ଥୀଙ୍କ ଭାଗ୍ୟ । ଛୋଟ ମୋଟ ଗଣ୍ଡଗୋଳକୁ ଛାଡିଲେ ଶାନ୍ତିପୂର୍ଣ୍ଣ ଭାବେ ୪ ଲୋକସଭା ଏବଂ ଏହା ଅଧିନରେ ଆସୁଥିବା ୨୮ ବିଧାନସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇଛି । ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ ଏଥର ପ୍ରାୟ ୭୪ ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଛି ।
କିନ୍ତୁ କିଛି ସ୍ଥାନରେ ବିଳମ୍ବିତ ରାତି ଯାଏ ଭୋଟ ଗ୍ରହଣ ହୋଇଥିବାରୁ ଚଡାନ୍ତ ମତଦାନ ହାର ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ଲୋକସଭା ଆସନ ପାଇଁ ନବରଙ୍ଗପୁରରେ ସର୍ବାଧିକ ୮୦.୨୨% ମତଦାନ ହୋଇଥିବା ବେଳେ ବ୍ରହ୍ମପୁରରେ ସବୁଠୁ କମ ୬୪. ୩୪ ପ୍ରତିଶତ ଭୋଟ ପଡ଼ିଛି । କୋଟିଆରେ ରେକର୍ଡ ୭୬ ପ୍ରତିଶତ ମତଦାନ ହୋଇଛି । କୋଟିଆରେ ଅନେକ ଲୋକ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ପାଇଁ ଭୋଟ ଦେଇଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ୭୫. ୭୧ ପ୍ରତିଶତ ଭୋଟିଂ ହୋଇଥିବା ବେଳେ କୋରାପୁଟ ସଂସଦୀୟ କ୍ଷେତ୍ରରେ ୭୬. ୯୮.୪୩ ପ୍ରତିଶତ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରିଛନ୍ତି ।