Odia News Portal

ପ୍ରକାଶ ପାଇଲା ସିବିଏସସି ଦ୍ୱାଦଶ ରେଜଲ୍ଟ,

ପ୍ରକାଶ ପାଇଲା ସିବିଏସସି  ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପାସ ହାର ବୃଦ୍ଧି ପାଇଛି । ୮୭. ୯୮ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଥିବା ବେଳେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପାସ ହାର ୦.୬୫ ପ୍ରତିଶତ ବୃଦ୍ଧି ପାଇଛି । ଏଥର ମଧ୍ୟ ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ୯୧ ପ୍ରତିଶତ ଛାତ୍ରୀ ପରୀକ୍ଷାରେ ବାଜିମାତ କରିଛନ୍ତି ।ସିବିଏସସି ୱେବସାଇଟ୍‌ରେ ଏହି ରେଜଲ୍ଟ ଉପଲବ୍ଧ ରହିଛି ।