Odia News Portal

 ଦୁଇ ଏସ୍ପିଙ୍କ ନୂଆ ନିଯୁକ୍ତି ମିଳିଛି

ଦୁଇ ଏସ୍ପିଙ୍କ ନୂଆ ନିଯୁକ୍ତି ମିଳିଛି । ନିର୍ବାଚନ କମିଶନ ରାଜ୍ୟରେ ଦୁଇ ଏସ୍ପିଙ୍କ ନିଯୁକ୍ତିକୁ ଅନୁମତି ଦେଇଛନ୍ତି । ଏଥି ଅନୁଯାୟୀ, ସାର୍ଥକ ଷଡଙ୍ଗୀଙ୍କୁ ବ୍ରହ୍ମପୁର ଏସ୍ପି ଭାବେ ନିଯୁକ୍ତି ମିଳିଛି । ସେହିଭଳି ଅବିନାଶ ମିଶ୍ରଙ୍କୁ ଖୋର୍ଦ୍ଧା ଏସ୍ପି ଭାବେ ନିଯୁକ୍ତି ମିଳିଛି ।

ରାଜ୍ୟରେ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଗତ ୨ ତାରିଖରେ ନିର୍ବାଚନ କମିଶନ ରାଜ୍ୟର ଦୁଇ ଜିଲ୍ଲାପାଳ ଓ ୫ ଜଣ ଏସ୍ପିଙ୍କ ବଦଳି ପାଇଁ ନିର୍ଦ୍ଦେଶ ଜାରି କରିଥିଲେ ।

ତୁରନ୍ତ ନିଯୁକ୍ତି ପାଇଁ ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହି ଖାଲି ଥିବା ପଦବୀ ମଧ୍ୟରୁ ୨ ଏସ୍ପି ପଦବୀ ଆଜି ପୂରଣ ହୋଇଛି । ଏହି ୨ ଅଧିକାରୀଙ୍କୁ ବ୍ରହ୍ମପୁର ଓ ଖୋର୍ଦ୍ଧା ଏସ୍ପି ଭାବେ ଦାୟିତ୍ୱ ମିଳିଛି । ଆଇପିଏସ୍ ସାର୍ଥକ ଷଡଙ୍ଗୀଙ୍କୁ ବ୍ରହ୍ମପୁର ଏସ୍ପି ଭାବେ ନିଯୁକ୍ତି ମିଳିଛି । ସେହିଭଳି ଆଇପିଏସ୍ ଅବିନାଶ କୁମାରଙ୍କୁ ଖୋର୍ଦ୍ଧା ଏସ୍ପି ଭାବେ ନିଯୁକ୍ତି ମିଳିଛି ।

ପୂର୍ବରୁ ଦୁଇ ଏସ୍ପି ଓ ଜଣେ ଡିସିପିଙ୍କୁ ନୂଆ ଦାୟିତ୍ବ ମିଳିଥିଲା । ବ୍ରିଜେଶ କୁମାର ରାୟଙ୍କୁ ରାଉରକେଲା ଏସ୍ପି, ଆର. ପ୍ରକାଶଙ୍କୁ କଟକର ଡିସିପି ନିଯୁକ୍ତ କରାଯାଇଥିଲା ।