ଶୁଭାରମ୍ଭ ହୋଇଛି ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି । ସ୍ବାସ୍ଥ୍ୟସେବାରେ ଏହା ହେବ ରାଜ୍ୟର ସବୁଠୁ ଅତ୍ୟାଧୁନିକ ହସ୍ପପିଟାଲ । ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ୍ରେ ସମସ୍ତ ବିଭାଗ ସହିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସମ୍ମିଳିତ ସରଞ୍ଜାମ ସହ ସ୍ବାସ୍ଥ୍ୟ ସେବା ପ୍ରଦାନ କରାଯିବ। ଏହି ହସ୍ପିଟାଲରେ ରାଜ୍ୟର ଯେକୌଣସି ସ୍ଥାନରୁ ରୋଗୀଙ୍କୁ ପହଞ୍ଚିବାରେ ସୁବିଧା ହେବ । ୨୪ ଘଣ୍ଟା ଜରୁରୀକାଳୀନ ସେବା ପ୍ରଦାନ କରାଯିବା ସହ ଆଇସିୟୁ, ଆୟୁସିସିୟୁ, ପିଆଇସିୟୁ ସୁବିଧା ଉପଲବ୍ଧ ହେଉଛି । ଏହା ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାରେ ସହାୟକ ହେବ ବୋଲି ସମ ପକ୍ଷରୁ କୁହାଯାଇଛି ।
ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସରେ ଜେନେରାଲ୍ ମେଡିସିନ୍, ରେସ୍ପିରେଟାରୀ ମେଡିସିନ୍, ପେଡିଆଟ୍ରିକ୍ସ, ନିଓନାଟୋଲୋଜି, କ୍ରିଟିକାଲ୍ କେୟାର ମେଡିସିନ୍, ସାଇକିଆଟ୍ରିକ୍, ଆନେସ୍ଥେସିଓଲୋଜି, ରେଡିଓ- ଡାଏଗ୍ନୋସିସ, ଇମର୍ଜେନ୍ସି ମେଡିସିନ୍, ଇମ୍ୟୁନୋ ହେମାଟୋଲୋଜି ଆଣ୍ଡ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍, ରେଡିଏସନ୍ ଅଙ୍କୋଲୋଜି, ନ୍ୟୁକ୍ଲିୟର ମେଡିସିନ୍, ମେଡିକାଲ୍ ଅଙ୍କୋଲୋଜି, ପେଡିଆଟ୍ରିକ୍ ଅଙ୍କୋଲୋଜି, ଜେନେରାଲ୍ ସର୍ଜରୀ, ଅର୍ଥୋପେଡିକ୍ସ, ଅବଷ୍ଟ୍ରେଟ୍ରିକ୍ସ ଆଣ୍ଡ ଗାଏନାକୋଲୋଜି, ଇଏନ୍ଟି, ପାଥୋଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଭଳି ବିଭାଗ ରହିଛି। ଜନସାଧାରଣଙ୍କୁ ସର୍ବୋତ୍କୃଷ୍ଟ ଓ ଉତ୍ସର୍ଗୀକୃତ ସେବା ଯୋଗାଇବାରେ ସମ୍ର ଫୁଲନଖରା କ୍ୟାମ୍ପସ୍ ବେଶ୍ ସହାୟକ ହେବ ।