୫୦୦ବର୍ଷର ବନବାସର ହେବ ଅନ୍ତ । ଏକାଠି ହେବେ ଭକ୍ତ ଭଗବାନ । ସାକାର ହେବାକୁ ଯାଉଛି ଶହ ଶହ ବର୍ଷର ସଂଘର୍ଷ ଓ ବଳିଦାନ । ସ୍ୱରୂପ ନେବାକୁ ଯାଉଛି ଅଗଣିତ ରାମଭକ୍ତଙ୍କ ଶ୍ରଦ୍ଧା, ନିଷ୍ଠା ଓ ତ୍ୟାଗ l ଆସୁଛନ୍ତି ଦଶରଥ ନନ୍ଦନ ପ୍ରଭୁ ଶ୍ରୀରାମ l ୫୦୦ ବର୍ଷର ପ୍ରତୀକ୍ଷା ପରେ ପୂରଣ ହେବାକୁ ଯାଉଛି ଲକ୍ଷ ଲକ୍ଷ ହିନ୍ଦୁଙ୍କ ସଂକଳ୍ପ l ରଘୁବରଙ୍କ ଅଯୋଧ୍ୟା ଆଗମନରେ ପୁଲକିତ ହୋଇଛି ଧରା l ଆଉ ବାସ୍ କିଛିଟା ମୁହୂର୍ତ୍ତର ଅପେକ୍ଷା । ତେବେ ଏହି ରାମ ମନ୍ଦିର ନିର୍ମାଣକୁ ନେଇ ରହିଛି ଏକ ବଡ ଇତିହାସ । ଇତିହାସ ସେହି ସମୟର ଯେତେବେଳେ ହିନ୍ଦୁ ମୁସଲିମଙ୍କ କଳହ ଥିଲା ।
ଇତିହାସ ସେହି ସମୟର ଯେତେବେଳେ ସେଠାରେ ବାବ୍ରି ମସଜିଦ ଏବଂ ରାମ ମନ୍ଦିରକୁ ନେଇ ଦେଶର ରାଜନୀତିରେ ଏକ ବଡ ଧରଣର ହଇଚଇ ସୃଷ୍ଟି ହୋଇଥିଲା । ସେହି ଇତିହାସର ପୃଷ୍ଟାକୁ ଖୋଲି ଦେଖଲେ ଆଜି ବି ମନେ ପଡେ ସେଇ ଶହ ଶହ ଲୋକଙ୍କ ବଳିଦାନ କଥା । ଆଉ ଯେତେବେଳେ ସେ କଥା ଆଖି ଆଗରେ ଭାସି ଉଠେ ଦେହରେ ଖେଳିଯାଏ ଏକ ଶିହରଣ । ସେତେବେଳର ଲୋକେ ହୁଏତ ଏସବୁ କୁ ଏବେ ସୁଦ୍ଧା ଭୁଲି ପାରିନଥିବେ । କିନ୍ତୁ ବର୍ତ୍ତମାନର ଯୁବପିଢି ହୁଏତ ସେ ଇତିହାସ ବିଷୟରେ ଜାଣିନଥିବେ । ତେବେ ଆସନ୍ତୁ ଜାଣିବା ସେହି ପୁରୁଣା ଦିନର ଇତିହାସକୁ