ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି ଗଜପତି ମହାରାଜା । ସେହିଭଳି ମୁଖ୍ୟମନ୍ତ୍ରୀ ମଧ୍ୟ ପରିକ୍ରମା ପ୍ରକଳ୍ପ ପାଇଁ ଗଜପତି ମହାରାଜା ସମସ୍ତ ସହଯୋଗ ଯୋଗାଇ ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି ।
ଗତ ୧୭ ତାରିଖ ଦିନ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ । ବଡଦାଣ୍ତରୁ ଟ୍ରାଫିକ କମାଇବା ସହ ଭକ୍ତମାନେ କିଭଳି ବିନା ବାଧାରେ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ । ଏହା ସହିତ ପୁରୀରୁ ଫେରିବା ପରେ ଏକ ଦିବ୍ୟ ଅନୁଭୂତି ନେଇ ଫେରିବେ ସେଥିପାଇଁ ଏହି ପରିକ୍ରମା ପ୍ରକଳ୍ପ କରାଯାଇଛି । ଏପରିକି ୭ ଶହ ବର୍ଷରେ ପୁରୀରେ ଏଭଳି କାମ ହୋଇଛି ।