Odia News Portal

୧୦ ବର୍ଷର ଝିଅକୁ ଦୁଷ୍କର୍ମ କଲା ସାବତ ବାପା

ମହାରାଷ୍ଟ୍ରର ଥାନେରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଦଶ ବର୍ଷର ସାବତ ଝିଅକୁ ଦୁଷ୍କର୍ମ କରି ଗିରଫ ହେଲା ସାବତ ବାପା । ଅଭିଯୁକ୍ତ ବାପାର ବୟସ ୨୪ ବର୍ଷ । ତେବେ ନାବାଳିକାଟି ତାର ଦ୍ୱିତୀୟ ପତ୍ନୀର ଝିଅ । ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ନିଜ ଦ୍ୱିତୀୟ ପତ୍ନୀଙ୍କ ୧୦ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି ।

ଡିସେମ୍ବର ୨୪ ତାରିଖରେ ନାବାଳିକାକୁ ୩ ଜଣ ଅପହରଣ କରି ଭିୱାଣ୍ଡି ତାଲୁକର ଏକ ଗ୍ରାମରେ ଦୁଷ୍କର୍ମ କରିଥିଲେ ବୋଲି କହି ଅଭିଯୁକ୍ତମାନେ ପ୍ରଥମେ ପୁଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ । ଭାରତୀୟ ଦଣ୍ଡବିଧି ସଂହିତା ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପକ୍ସୋ) ଆଇନର ବିଭିନ୍ନ ଧାରା ଅନୁଯାୟୀ ପୁଲିସ ଏକ ଏଫ୍‌ଆଇଆର୍ ରୁଜୁ କରିଥିଲା । ତେବେ ପୁଲିସ ଉକ୍ତ ବ୍ୟକ୍ତିଙ୍କ ବୟାନରେ ଅସଙ୍ଗତି ଦେଖିବାକୁ ପାଇ ପଚରାଉଚରା ବେଳେ ସତ ପଦାକୁ ଆଣିଥିଲା । ମା’ ଘରେ ନଥିବା ବେଳେ ଅଭିଯୁକ୍ତ ୧୦ ବର୍ଷୀୟା ନାବାଳିକାଙ୍କୁ ଘରେ ଦୁଷ୍କର୍ମ କରିବା ସହ ବିଭ୍ରାନ୍ତିକର ବୟାନ ଦେବାକୁ କହିଥିଲେ । ଅଭିଯୁକ୍ତକୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି ।