Odia News Portal

ଶିମିଳିପାଳ ଅଭୟାରଣ୍ୟରେ ଦୁଇ ବାଘ ମଧ୍ୟରେ ଲଢେଇ

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଦୁଇ ମହାବଳ ବାଘ ମଧ୍ୟରେ ଲଢେଇ ହୋଇଛି । ବାଘ- ବାଘ ମଧ୍ୟରେ ଲଢେଇ ହୋଇଥିବା ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ। ଅଞ୍ଚଳ ଦଖଲ ନେଇ ଦୁଇ ମହାବଳଙ୍କ ମଧ୍ୟରେ ଲଢେଇ ହୋଇଥିବା ସେ ସୂଚନା ଦେଇଛନ୍ତି।

ଲଢ଼େଇରେ ଜିତିଥିବା ବାଘର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ଅଭୟାରଣ୍ୟ କର୍ତ୍ତୃପକ୍ଷ । ଜିତିଥିବା ବାଘ ମଥାରେ କଳା ଚିହ୍ନ ଥିବା ସୂଚନା ଦେଇଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ ।