Odia News Portal

 ଡିସେମ୍ବର ୧ ରେ ପାଳନ ହେଉଛି ବିଶ୍ୱ ଏଡସ୍‌ ଦିବସ 

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଡିସେମ୍ବର ୧ ରେ ପାଳନ ହେଉଛି ବିଶ୍ୱ ଏଡସ୍‌ ଦିବସ । ଏହି ଦିନ ଏଡସ୍ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରାଯାଏ । ଏଡସ୍ ଏକ ବିପଜ୍ଜନକ ରୋଗ, ଏହାର ଏକମାତ୍ର ଉପଶମ ହେଉଛି ପ୍ରତିରୋଧ । ଏହି ରୋଗରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ ଏବଂ ରୋଗରୁ ନିଜକୁ ରକ୍ଷା କରିବାରେ ଶରୀର ଅସମର୍ଥ ହୋଇଯାଏ । ଏହା ଏଚ୍.ଆଇ.ଭି ଜୀବାଣୁ ଦ୍ୱାରା ସଂକ୍ରମଣ ହୋଇଥାଏ । ଏହି ରୋଗ ସହିତ ଜଡିତ ଟାବୁକୁ ହଟାଇବା ପାଇଁ ବିଶ୍ୱ ଏଡସ୍ ଦିବସ ପାଳନ କରାଯାଏ । ଆସନ୍ତୁ ଜାଣିବା ଏହି ଦିନର ମହତ୍ୱ, ଥିମ୍ ଏବଂ ଏହାର ଇତିହାସ କ’ଣ?

ଏହି ଦିନ ଲୋକଙ୍କୁ ଏଡସ୍ ରୋକିବା ପାଇଁ ଉପାୟ ବିଷୟରେ ଅବଗତ କରାଯାଏ । ଏଚ୍.ଆଇ.ଭି ପଜେଟିଭ୍ ଲୋକଙ୍କ ବିଷୟରେ ସାଧାରଣ ଲୋକମାନଙ୍କର ଅନେକ ଭୁଲ ଧାରଣା ରହିଛି, ଏହି ଦିନ ସେମାନଙ୍କର ଏହି ଭୁଲ ଧାରଣକୁ ହଟାଇବା ପାଇଁ ପ୍ରୟାସ କରାଯାଏ ।

ପ୍ରଥମ ଥର ପାଇଁ ଡିସେମ୍ବର ୧, ୧୯୮୮ ରେ ବିଶ୍ୱ ଏଡସ୍ ଦିବସ ପାଳନ କରାଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୦୨୨ର ତଥ୍ୟ ଅନୁଯାୟୀ, ସମଗ୍ର ବିଶ୍ୱରେ ପ୍ରାୟ ୩.୬ କୋଟି ଲୋକ ଏଚ୍.ଆଇ.ଭି ପଜିଟିଭ୍ ଅଛନ୍ତି । ଏହାକୁ ଏଡାଇବା ଏବଂ ରୋକିବା ପାଇଁ, ଲୋକମାନେ ସଚେତନ ହେବା ଜରୁରୀ ଅଟେ । ଏହି ଉଦ୍ଦେଶ୍ୟରେ ବିଶ୍ୱ ଏଡସ୍ ଦିବସର ପାଳନ ଆରମ୍ଭ ହୋଇଥିଲା ।