Odia News Portal

ଶ୍ରୀକ୍ଷେତ୍ରର ଏବେ ପଞ୍ଚୁକ ହେତୁ ପ୍ରବଳ ଗହଳି ଲାଗିରହିଛି

ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥା କୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଆଜି ପୁରୀ ପହଁଚି ସମୀକ୍ଷା କରିଛନ୍ତି।ଆସନ୍ତାକାଲି କାର୍ତିକ ପୂର୍ଣ୍ଣିମାରେ ପ୍ରବଳ ଭିଡ ପରିଲକ୍ଷିତ ନେଇ ଆଶା8 ରହିଥିବାରୁ ଭକ୍ତଂକ ସୁରକ୍ଷିତ ଦର୍ଶନ ନେଇ ସମୀକ୍ଷା କରୁଛନ୍ତି ପୋଲିସ ଆଇଜି। ପୁରୀ ଏସ୍ପି ବିଶାଳ ସିଂ ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଏହି ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ । ଭିନ୍ନକ୍ଷମ, ବୟସ୍କ ଓ ହାବିଷ୍ୟାଳିଙ୍କ ଦର୍ଶନ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । 50 ଜଣ ସ୍ବେଚ୍ଛାସେବୀ ପୋଲିସ କର୍ମଚାରୀ, ଯୁବଶକ୍ତି ଓ ଏନଜିଓଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ଶ୍ରୀମନ୍ଦିର ସମେତ ପୁରୀ ସହରର ଅନ୍ୟାନ୍ୟ ପବିତ୍ର ପୁଷ୍କରିଣୀରେ, ସମୁଦ୍ରକୂଳ ଅଂଚଳରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସୁରକ୍ଷା ଓ ସୁରକ୍ଷିତ ଦର୍ଶନ ପାଇଁ 7 ଜଣ ଅତିରିକ୍ତ ଏସ୍ପି, 20 ଜଣ ଡ଼ିଏସପି, 32 ଜଣ ଇନ୍ସପେକ୍ଟର, 132 ଜଣ ସବଇନ୍ସପେକ୍ଟର, 240 ଜଣ ହାବିଲଦାର, 432 ଜଣ ହୋମଗାର୍ଡ ଏହିଭଳି ମୋଟ 50 ପ୍ଲାଟୁନ ପୋଲିସ ଫୋର୍ସର ବ୍ୟବସ୍ଥା କରାଯାଇଛି ।