Odia News Portal

ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଗଲା ବାପା

ଦୀପାବଳିରେ ଅଘଟଣ। ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଗଲା ବାପା। କଟକ ଜିଲ୍ଲା ନରାଜ ଅନ୍ତର୍ଗତ କୈବର୍ତ୍ତ ସାହି ଘାଟରେ ଘଟିଛି ଅଘଟଣ ।

ଖବର ଅନୁଯାୟୀ, ନରାଜ ଅଞ୍ଚଳର ସରୋଜ ସାହୁ ତାଙ୍କର ଆଠ ବର୍ଷର ପୁଅକୁ ନେଇ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ପୁଅ ପାଣିରେ ବୁଡିଯାଉଥିବା ବେଳେ ବାପା ସରୋଜ ପୁଅକୁ ଉଦ୍ଧାର କରିବାକୁ ଯାଇ ଚୋରାବାଲିରେ ଫସି ଯାଇଥିଲେ। ପୁଅ କୂଳକୁ ଆସିଥିଲେ ମଧ୍ୟ ସରୋଜ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।