ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି। ସିରିୟାରେ ଏୟାର ଷ୍ଟ୍ରାଇକ କରିଛି ଆମେରିକା। ପୂର୍ବ-ସିରିୟାର ୨ଟି ସ୍ଥାନରେ ଏୟାର ଷ୍ଟ୍ରାଇକ ହୋଇଛି । F-16 ବିମାନରୁ ହୋଇଛି ବୋମାମାଡ । ଇରାନ ରିଭୋଲ୍ୟୁସନାରି ଗାର୍ଡସ ଓ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରାଯାଇଛି । ଇରାନ ରିଭୋଲ୍ୟୁସନାରି ଗାର୍ଡସ ଆମେରିକା ସୈନ୍ୟଙ୍କୁ ଆକ୍ରମଣ କରୁଥିଲେ । ଯାହାର କଡା ଜବାବ ଦେଇଛି ପେଣ୍ଟାଗନ । ତେବେ ଆତ୍ମରକ୍ଷା ପାଇଁ ଏୟାର ଷ୍ଟ୍ରାଇକ ହୋଇଥିବା ପ୍ରତିରକ୍ଷା ସଚିବ ଅଷ୍ଟିନ ସ୍ପଷ୍ଟ କରିଛନ୍ତି । ଦେଶର ନାଗରିକଙ୍କ ସୁରକ୍ଷା ଓ ହିତ ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛି ଆମେରିକା । ସେହିଭଳି ସେନାର ସୁରକ୍ଷା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ସଙ୍କୋଚ କରିବନି ଆମେରିକା ।