Odia News Portal

ସହିଦ ଯବାନଙ୍କ ପ୍ରାର୍ଥୀବ ଶରୀରରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ପହଞ୍ଚିଲା ସହିଦ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର । ଭୁବନେଶ୍ବର ବିମାନବନ୍ଦରରେ ପାର୍ଥିବ ଶରୀର ପହଞ୍ଚିଛି । ସହିଦ ସରୋଜଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ବିମାନବନ୍ଦରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ବିମାନବନ୍ଦରରେ ସହିଦଙ୍କ ପ୍ରାର୍ଥିବ ଶରୀର ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର୍ ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ପରେ ସ୍ୱତନ୍ତ୍ର କରିଡରରେ ଢେଙ୍କାନାଳ ଜିଲ୍ଲପାଳଙ୍କ କାର‌୍ୟ୍ୟାଳୟକୁ ନିଆଯିବ । ଜନ୍ମମାଟି କେନ୍ଦୁଢିପ ଗାଁରେ ହେବ ଶେଷକୃତ୍ୟ । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର‌୍ୟ୍ୟାଦା ସହ ଶେଷକୃତ୍ୟ କରାଯିବ । କେନ୍ଦୁଢିପ ଗାଁର ପାରିଯାତ ଯୁବକ ସଂଘ ଓ ପ୍ରଶାସନ ତରଫରୁ ମିଳିତ ଭାବେ ସହିଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ସମସ୍ତେ ଲାଗିପଡିଛନ୍ତି। ଶ୍ମଶାନ ଘାଟରେ ଲାଇଟ ସାଙ୍ଗକୁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ରାସ୍ତା ଘାଟ ସବୁଆଡେ ସହିଦ ଯବାନ ସରୋଜ ଦାସଙ୍କ ଫଟୋ ଚିତ୍ର ଲଗାଇଛନ୍ତି ଗାଁ ଲୋକ । ସିକ୍କିମରେ ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିଲେ ୨୩ ଜଣ ଯବାନ । ଏମାନଙ୍କ ମଧ୍ୟରେ ଥିଲେ ଓଡିଆ ପୁଅ ହାବିଲଦାର ସରୋଜ ଦାସ । ଗତ ଫେବ୍ରୁୟାରୀ ମାସରେ ବିବାହ କରିଥିଲେ ସରୋଜ ।