Odia News Portal

ଗୁଣି ଗାରେଡି ସନ୍ଦେହରୁ ଟ୍ରିପଲ୍ ମର୍ଡର

ଧର୍ମଗଡ ଜୁନାଗଡ ଟ୍ରିପଲ ମର୍ଡରର ପର୍ଦ୍ଦାଫାସ୍ କଲା ପୋଲିସ । ଗୁଣି ଗାରେଡି ସନ୍ଦେହରୁ ଟ୍ରିପଲ ମର୍ଡର ହୋଇଥିବା ନେଇ ସ୍ପଷ୍ଟ କଲେ ଧର୍ମଗଡ ଡିଏସପି । ମୃତ ମହିଳାଙ୍କ ପୁତୁରା ହିଁ ହତ୍ୟାକାରୀ ବୋଲି କହିଛନ୍ତି ଡିଏସ୍‌ପି । ଏହି ଘଟଣାରେ ଅଭିଯୁକ୍ତ ପୁତୁରା ଗିରଫ ହୋଇଥିଲାବେଳେ ହତ୍ୟାରେ ବ୍ୟବହୃତ ଛୁରି ମଧ୍ୟ ଜବତ ହୋଇଛି । ଗତ ୧ ତାରିଖରେ ମହିଳା, ତାଙ୍କ ଛୋଟ ଝିଅ ଏବଂ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିଲା । ବିଲରୁ ଫେରିଲା ବେଳେ ପୁତୁରା ସେମାନଙ୍କ ଗଳା କାଟି ତାଙ୍କୁ ହତ୍ୟା କରିଥିଲା । ଦେହ ଭଲ ନରହିବା ଓ ପିଲାଛୁଆ ନ ହେବାରୁ ଗୁଣି ସନ୍ଦେହ କରୁଥିଲା ଅଭିଯୁକ୍ତ । ତେବେ ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳିଯାଇଥିଲା । ପୋଲିସ ପହଂଚି ତନାଘନା କରିଥିଲା । ହେଲେ ଆଜି ଅଭିଯୁକ୍ତର ଟେର ପାଇଯାଇଛି ପୋଲିସ ।