Odia News Portal

କଟକରେ ପୁଣି ନକଲି ଲଙ୍କା ଗୁଣ୍ଡ ଓ ଜିରା ଗୁଣ୍ଡ ଜବତ

ପୁଣି କଟକରେ ନକଲି ଖାଦ୍ୟ ଜିନିଷ ଠାବ ହୋଇଛି। ମାଲଗୋଦାମରୁ ପୁଣି ମିଳିଛି ନକଲି ଲଙ୍କା ଗୁଣ୍ଡ ଓ ଜିରା ଗୁଣ୍ଡ। ଘଟଣା ବିଷୟରେ ଖବର ପାଇ ମାଲଗୋଦାମରେ ସିଏମସି ଏନଫୋର୍ସମେଣ୍ଟ ଟିମ ଚଢାଉ କରିଥିଲେ। ଅପମିଶ୍ରିତ ଲଙ୍କା, ଜିରାଗୁଣ୍ଡ ସହ ବିଭିନ୍ନ ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଛି। ମାଲଗୋଦାମ ଗୁଡସେଡ୍‌‌ ଅଞ୍ଚଳରେ ଥିବା ଏକ ଦୋକାନରୁ ଜବତ ହୋଇଛି। ନକଲି ସାମଗ୍ରୀ ଜବତ ସହ ସିଏମସି ଦୋକାନକୁ ସିଲ୍‌‌ କରିଛି। ଘଟଣାର ତଦନ୍ତ ଜାରି ରହିଛି।