ପିପିଲି ଚାନ୍ଦୁଆ ଶିଳ୍ପର ହେବ ବିକାଶ । ଏଥିପାଇଁ ସପ୍ତାହେ ଭିତରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଜିଲ୍ଲାର ରୂପାନ୍ତରଣ ପାଇଁ ଗ୍ରାଉଣ୍ଡରେ ଅନୁଧ୍ୟାନ କରି ଏହି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ଫାଇଭ-ଟି ସଚିବ କହିଛନ୍ତି, ପିପିଲି ଚାନ୍ଦୁଆ ଓଡ଼ିଶା କଳାର ପରିଚୟ । ଏହାର ଉନ୍ନତିକରଣ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ପିପିଲି ଇନ୍ଦିରା ଗାନ୍ଧୀ ପଡ଼ିଆରେ ଲୋକଙ୍କ ସହିତ ଆଲୋଚନା କରିଛନ୍ତି ଫାଇଭ-ଟି ସଚିବ । ପ୍ରତି ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିଛନ୍ତି । ଏହି ସମୟରେ ଫାଇଭ-ଟି ସଚିବଙ୍କୁ ରାକ୍ଷୀ ପିନ୍ଧାଇଦେଇଥିଲେ ମହିଳା । ଲୋକଙ୍କଠାରୁ ଦରଖାସ୍ତ ଗ୍ରହଣ କରି ଆସନ୍ତା ସାତ ଦିନ ଅର୍ଥାତ ୨୫ ତାରିଖ ଭିତରେ ଧର୍ମାନୁଷ୍ଠାନ ସମ୍ପର୍କିତ ଦାବି ପୂରଣ କରାଯାଇ ଖୁସି ଖବର ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଦେଉଥିବା ଅନୁଦାନକୁ ସ୍ବଚ୍ଛତାର ସହିତ ବିନିଯୋଗ କଲେ ଆଗକୁ ଅଧିକ ଅର୍ଥ ପ୍ରଦାନ କରାଯିବ ବୋଲି ଫାଇଭ-ଟି ସଚିବ କହିଛନ୍ତି । ଦିନେ ଦୁଇଦିନ ମଧ୍ୟରେ ପିଇବା ପାଣି ସମ୍ପର୍କିତ ଯାହା ବି ସମସ୍ୟା ରହିଛି ତାହାର ସମାଧାନ କରାଯିବ । ଏହି ଅବସରରେ ମିଶନ ଶକ୍ତି ମାଆଙ୍କୁ ପ୍ରଶଂସା କରିଥିଲେ ଭିକେ ପାଣ୍ଡିଆନ ।