Odia News Portal

ଭୁବନେଶ୍ୱର ଏମ୍‌ସରେ ବିରଳ ଅସ୍ତ୍ରୋପଚାର

ଏମ୍‌ସ ଭୁବନେଶ୍ୱରରେ ଜଣେ କିଡ୍‌ନୀ ଟ୍ୟୁମର ରୋଗୀଙ୍କ ପ୍ରଥମ ରେଟ୍ରୋେପରିଟୋନିଓସ୍କୋପିକ୍ ପାର୍ସିଆଲ ନେଫ୍ରେକ୍ଟୋମି ଅସ୍ତ୍ରୋପଚାର କରାଯାଇଛି। ରୋଗୀଙ୍କ ବୃକ୍‌କରେ ଅନ୍ତଃନଳୀ ଭିତରେ ସୃଷ୍ଟି ହୋଇଥିବା ମାଂସ ପିଣ୍ଡୁଳାକୁ ଅତ୍ୟାଧୁୁନିକ ପଦ୍ଧତିରେ ବାହାର କରାଯାଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ବିରଳ ଅସ୍ତ୍ରୋପଚାର କରାଯାଇଛି।

ଏମ୍‌ସ ଭୁବନେଶ୍ବରର ୟୁରୋଲୋଜି ଏବଂ ରେନାଲ ଟ୍ରାନ୍ସପ୍ଲାଣ୍ଟ ବିଭାଗ ତରଫରୁ ସଫଳତାର ସହ ଏହି ଅସ୍ତ୍ରୋପଚାର ସମ୍ପନ୍ନ ହୋଇଛି। ୟୁରୋଲୋଜି ବିଭାଗ ଆସୋସିଏଟ ପ୍ରଫେସର ଡାକ୍ତର ମନୋଜ କୁମାର ଦାସ, ଡାକ୍ତର ଅଭୟ, ଡାକ୍ତର କିର୍ତ୍ତୀ ସିଂହ ଓ ଡାକ୍ତର ଧୀରଜଙ୍କ ଦ୍ବାରା ଅସ୍ତ୍ରୋପଚାର କରାଯାଇଛି। ଏଠାରେ ପୂର୍ବରୁ ମଧ୍ୟ ୟୁରୋଲୋଜିକାଲ୍ ଲାେପ୍ରାସ୍କୋପି ସର୍ଜରୀ କରାଯାଉଛି। ବିଭାଗ ମୁଖ୍ୟ ଡାକ୍ତର ପ୍ରଶାନ୍ତ ନାୟକଙ୍କ ମାର୍ଗଦର୍ଶନ ଓ ନେତୃତ୍ବରେ ଏହି ଅସ୍ତ୍ରୋପଚାର ହୋଇଛି।