Odia News Portal

ସରପଞ୍ଚ ଙ୍କୁ ଗୁଳି ମାରି ହତ୍ୟା କଲେ ମାଓବାଦୀ

କନ୍ଧମାଳ ଜିଲ୍ଲାରେ କିଛି ଦୀନର ବ୍ୟବଧାନ ପରେ ପୁଣି ସକ୍ରିୟ ଲାଲ୍ ବାହିନୀ | ଗତ କାଲି ବିଳମ୍ବିତ ରତିରେ ଦଶ ରୁ ଊର୍ଦ୍ଧ ସଶସ୍ତ୍ର ମାଓବାଦୀ ପୂର୍ବତନ ସରପଞ୍ଚ ଙ୍କ ଘରେ ପଶି ଉଠାଇନେଇ ଘର ବାରି ପଟେ ନିର୍ମମ ଭାବରେ ଗୁଳି କରି ହତ୍ୟା କରିଛନ୍ତି ମାଓ ବାଦୀ | ସୂଚନା ମୁତାବକ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମର ବନ୍ଧ ପଞ୍ଚାୟତ ସାଉଲ୍ପଡ଼ା ଠାରେ ସୁବଳ କହଁର ଘରେ ସୋଇଥିବା ସମୟରେ ମାଓବାଦୀ ମାନେ ତାଙ୍କୁ ଘରୁ ଡାକି ନେଇ ସୁବଳଙ୍କ ଘରଠାରୁ ୨୦୦ ମିଟର ଦୂରରେ ପାଖାପାଖି ପାଞ୍ଚ ରାଉଣ୍ଡ ଗୁଳି କରି ହତ୍ୟା କରିଛନ୍ତି | ସୁବଳ ଜଣେ ପୂର୍ବତନ ସରପଞ୍ଚ ବଲି ଜଣା ପଡ଼ିଛି | ଆଗରୁ ସେ ମାଓବାଦୀ ଙ୍କ ଟାର୍ଗେଟ ରେ କୁଆଡେ଼ ଥିଲେ | କେଉଁ କାରଣ ରୁ ସୁବଳ କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ | ବର୍ତ୍ତମାନ ସେଇ ଗ୍ରାମ ଜନ ଶୂନ୍ୟ ହୋଇ ଥିବା ବେଳେ ପୋଲିସ୍ ଘଟଣା ସ୍ଥଳ ରେ ପହଁଚି ନାହିଁ | ମାଓବାଦୀଙ୍କ ଟାର୍ଗେଟ ରେ ଥିବା ନେ଼ଇ ସୁବଳ ଜାଣିବାପରେ ସେ ଗାଁ ଛାଡ଼ି ବାଲିଗୁଡ଼ା ଅଞ୍ଚଳ ରେ ରହୁଥିଲେ | ତେବେ ଗାଁ ନୀକଟରେ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠା ହୋବା ପରେ ନିର୍ଭୟ ରେ ସେ ଘରକୁ ଆସି ରହୁଥିବା ସୁଚନା ରହିଛି|