Odia News Portal

ଓଜେଏସ୍‌ ପ୍ରିଲିମନାରି ପରୀକ୍ଷା ଆସନ୍ତା ମେ’ ୨୧ରେ

ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌)-୨୦୨୨ର ପ୍ରିଲିମନାରି ପରୀକ୍ଷା ଆସନ୍ତା ମେ’ ୨୧ରେ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ। ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅଧିକ ୩୦ ମିନିଟ୍‌ ସମୟ ଦିଆଯିବ। ଏନେଇ ମଙ୍ଗଳବାର ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ପରୀକ୍ଷା ସମ୍ପର୍କିତ ସବିଶେଷ ତଥ୍ୟ ଖୁବ୍‌ଶୀଘ୍ର ଓ୍ବେବ୍‌ସାଇଟ୍‌ରେ ପ୍ରକାଶ ପାଇବ ବୋଲି ଓପିଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି