Odia News Portal

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କ ପରଲୋକ

ଦିଲ୍ଲୀ : ସମତା ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିଜ୍‌ଙ୍କ ଦେହାନ୍ତ । ଆଜି ସକାଳ ୭ଟାସମୟରେ ୮୮ ବର୍ଷ ବୟସରେ ଦିଲ୍ଲୀରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ହେବ ସେ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ତାଙ୍କ ମନ୍ତ୍ରୀତ୍ୱ କାଳରେ କାରଗିଲ ଯୁଦ୍ଧ ହୋଇଥିଲା । ଭାରତୀୟ ରାଜନୀତିରେ ଫର୍ଣ୍ଣାଡିଜ୍‌ଙ୍କ ଐତିହାସିକ ଯୋଗଦାନ ରହିଥିଲା । ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସେ । ଜରୁରୀକାଳୀନ ପରିସ୍ଥିତିରେ ନିଜ ସ୍ୱରକୁ ଶାଣିତ କରିଥିଲେ ଫର୍ଣ୍ଣାଡିଜ୍‌ । ଜରୁରୀକାଳୀନ ପରିସ୍ଥିତି ପରେ ସେ ରାଜନୀତିକୁ ଆସିଥିଲେ । ଜେଲରେ ରହି ସେ ବିହାର ମୁଜାଫରନଗରରୁ ନିର୍ବାଚନ ଲଢିଥିଲେ ଓ ଜିତିଥିଲେ । ୧୯୭୪ରେ ସେ ଅଲଇଣ୍ଡିଆ ରେଲେଓ୍ଵ ମେନ୍‌ ଫେଡେରେସନ୍‌ର ପ୍ରମୁଖ ଥିଲେ । ଏହି ସମୟରେ ସେ ଐତିହାସିକ ରେଲେଓ୍ଵ ଷ୍ଟ୍ରାଇକ୍‌ କରିଥିଲେ । ଯାହାକି ସରକାରଙ୍କୁ ଅସୁବିଧାରେ ପକାଇଥିଲା । ଲୋକସଭାକୁ ୯ଥର ନିର୍ବାଚିତ ହୋଇଥିଲେ ଫର୍ଣ୍ଣାଡିଜ୍‌ । ଜର୍ଜ ଫର୍ଣ୍ଣଡିଜ୍‌ଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।