ଆଗାମୀ ଏପ୍ରିଲ ମାସରେ ରୋପ୍ୱେ ଚାଲିବ। ଏଥି ନିମନ୍ତେ ରୋପ୍ୱେ କର୍ମଚାରୀମାନେ ପର୍ୟ୍ୟଟକମାନଙ୍କୁ ସୁରକ୍ଷା ସମେତ କୌଣସି ଦୁର୍ଘଟଣା ଏଡ଼ାଇବା ନେଇ ନନ୍ଦନକାନନ ପକ୍ଷରୁ ମକ୍ଡ୍ରିଲ କରାଯାଇଛି। ଦୁର୍ଘଟଣା ଘଟିଲେ କିପରି ରୋପ୍ୱେରେ ଯାତାୟାତ କରୁଥିବା ପର୍ୟ୍ୟଟକମାନଙ୍କୁ ଉଦ୍ଧାର କରାଯାଇପାରିବ ସେଥିପାଇଁ ବିଭିନ୍ନ ଜ୍ଞାନକୌଶଳ ଶିଖିଥିଲେ। ଉଦ୍ଧାର ପରେ ଚିକିତ୍ସା ନିମନ୍ତେ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରୋପ୍ୱେ ଚାଲିବାବେଳେ ଅଧାବାଟରେ ଅଟକିଗଲେ ସେମାନଙ୍କୁ ସହଜ ଉପାୟରେ କାଞ୍ଜିଆ ହ୍ରଦ ଦେଇ କୌଶଳ କ୍ରମେ ବୋଟ୍ ମାଧ୍ୟମରେ ଉଦ୍ଧାର କରାଯିବ, ସେଥିପାଇଁ ମଧ୍ୟ ସଚେତନତା କାର୍ୟ୍ୟକ୍ରମରେ ପ୍ରଶିକ୍ଷଣ ଦିଆଯାଇଥିଲା।
୧୨ବର୍ଷ ଧରି ବନ୍ଦ ହୋଇ ପଡ଼ିଥିବା ରୋପ୍ୱେ ଚାଲିବା ଖବର ପାଇଁ ପର୍ୟ୍ୟଟକମାନେ ଖୁସୀ ବ୍ୟକ୍ତ କରିଛନ୍ତି। ରୋପ୍ୱେ ବ୍ୟବସ୍ଥାରେ ଅତ୍ୟାଧୁନିକୀକରଣ କରାଯାଇଛି। ଏହା ବିପଦମୁକ୍ତ ଓ ସ୍ବୟଂଚାଳିତ ପୁଲିରୁ ରୋପ୍ୱେ ଖସିଲେ ଆପେ ଆପେ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇ ବନ୍ଦ ହୋଇଯିବ। ଏକ ଘଣ୍ଟାରେ ୫ଶହରୁ ଅଧିକ ପର୍ୟ୍ୟଟକଙ୍କୁ ସେବା ଯୋଗାଇବ। ଏହାକୁ ଚଲାଇବାକୁ ନେଇ ଏକ ଠିକା ସଂସ୍ଥାକୁ ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି।ଏହି ରୋପ୍ୱେରେ ଯେଉଁ ପର୍ୟ୍ୟଟକ ମଜାନେବେ ସେମାନଙ୍କଠାରୁ ଟିକଟ ବାବଦକୁ ୯୫ ଟଙ୍କା ଆଦାୟ କରାଯିବ।
ସୂଚନା ଯୋଗ୍ୟ, ୨୦୧୧ ଫେବୃଆରୀ ମାସରେ ଅସୁରକ୍ଷିତ ଘୋଷଣା କରି ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିଲା। ଏହି ବ୍ୟବସ୍ଥାକୁ ପୁଣି ଚାଲୁ କରିବା ପାଇଁ ୨୦୧୬ ଅଗଷ୍ଟ ୫ରେ ଦାମୋଦର ରୋପ୍ୱେ ଇନଫ୍ ଲିଃକୁ କାର୍ୟ୍ୟାଦେଶ ଦିଆଯାଇଥିଲା। ଏହି ସଂସ୍ଥା କାର୍ୟ୍ୟ ଆରମ୍ଭ କଲାବେଳେକୁ ଏହାର କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ନ ଥିବା ଅଭିଯୋଗ ଉଠିଥିଲା ଏବଂ କାମ ବନ୍ଦ ରଖାଯାଇଥିଲା।
Sign in
Sign in
Recover your password.
A password will be e-mailed to you.