ରାଜ୍ୟରେ ଇନ୍ଫ୍ଲୁଏଞ୍ଜା ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ମନଇଛା ଔଷଧ ନଖାଇବାକୁ ପରାମର୍ଶ ଦେଲେ । ବିନା ଡାକ୍ତରୀ ପରାମର୍ଶରେ ଆଣ୍ଟିବାୟୋଟିକ୍,ଷ୍ଟେରଏଡ୍ ଖାଆନ୍ତୁନି । ଲକ୍ଷଣ ବଢୁଥିବାରୁ ଆଇଏଲଏସ୍ ସର୍ଭେଲାନ୍ତ୍ର ବଢାଯିବ । କୋଭିଡ୍ ଓ ଏଚ୩ଏନ୨ ଭାଇରସର ଲକ୍ଷଣ ପ୍ରାୟେ ସମାନ ବୋଲି କହିଛନ୍ତି ବିଜୟ ମହାପାତ୍ର । କୋଭିଡ୍ ନେଗେଟିଭ ଥିଲେ ସାମ୍ପଲ ସଂଗ୍ରହ କରି ପଠାନ୍ତୁ । ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ,ନିଜକୁ ଆଇସୋଲେଟ କରାନ୍ତୁ ।