ଧର୍ମଗଡ ବ୍ଲକ ଧଅରପୁର ପଞ୍ଚାୟତ ନବନିର୍ବାଚିତ ସରପଞ୍ଚ ଙ୍କ ବର୍ଷ ପୂର୍ତ୍ତି ଅବସରରେ ଏକ ସର୍ବସାଧାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବର୍ଷକର ତଥ୍ୟ ଉପସ୍ଥାପନ କରିଛନ୍ତି ଜନସାଧାରଣ ଙ୍କ ନିକଟରେ । ପଂଚାୟତ ବାସୀଙ୍କ ସହ ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଖୋଲମ ଖୋଲା ଆଲୋଚନା କରିଛନ୍ତି ଯାହାକି ଜିଲ୍ଲାରେ ପ୍ରଥମ ।ଏହି ଅବସରରେ ପଞ୍ଚାୟତ ପ୍ରାଙ୍ଗଣେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମର ୱାର୍ଡ ମେମ୍ବର ସମେତ ଜନସାଧାରଣ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ସରପଞ୍ଚ ଙ୍କ କାର୍ଯ୍ୟ ଓ ଉନ୍ନୟନ ମାନର କାମ ଉପରେ ସମୀକ୍ଷା କରିଥିଲେ।ଯାହା ଜନସାଧାରଣ ସିଧାସଳଖ ଭାବେ ପଞ୍ଚାୟତ ଉନ୍ନୟନ ମୂଳକ କାମ ଓ ସରକାରୀ ଅର୍ଥ ଉପରେ ଗୁରୁତ୍ୱ ସହ ଆଲୋଚନା କରିବାରେ ସୁଯୋଗ ଲାଭ ପାଇଥିଲେ।ସର୍ବ ପ୍ରଥମେ ସରପଞ୍ଚ ଗୌରୀ ସେଠିଆ ସରକାର ଙ୍କ ଠାରୁ ଆସିଥିବା ଅର୍ଥ ଉପରେ ବିବରଣୀ ରଖିଥିବା ବେଳେ ସେହି ଅର୍ଥର ବିନିଯୋଗ ସମସ୍ତ ଙ୍କ ଠାରେ ଉପସ୍ଥାପନ କରିଥିଲେ। ତେବେ ସେ ନିର୍ବାଚିତ ହୋଇ ଦାୟିତ୍ୱ ନେବାପରେ ପଞ୍ଚାୟତ ବିକାଶ ପଥରେ ଆଗେଇ ଥିବା ନେଇ ଲୋକଙ୍କ ଭିତରେ ମତ ପ୍ରକାଶ ପାଇଥିଲା।ସୂଚନା ମତେ ଶ୍ରୀମତୀ ଗୌରୀ ସେଠିଆ ସରପଞ୍ଚ ଦାୟିତ୍ୱ ନେବା ପରେ ବ୍ଲକରେ ଉନ୍ନୟନ ମୂଳକ କାମରେ ତୃତୀୟ ସ୍ଥାନରେ ରହିଥିବା ଜଣାପଡିଛି।ମନେରେଗା ଯୋଜନା ମାଧ୍ୟମରେ ଲୋକଙ୍କୁ କାମ ଯୋଗାଇ ଦେବା ରେ ସେ ଏକ ରେକର୍ଡ ସ୍ଥାପନ କରିଥିବା କୁହାଯାଏ । ଆଗକୁ ମଧ୍ୟ ପଞ୍ଚାୟତର ବିକାଶ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି।କାର୍ଯ୍ୟକ୍ରମରେ ସମସ୍ତ ୱାର୍ଡ ସଭ୍ୟ ସଭ୍ୟ ତଥା ଅବସରପ୍ରାପ୍ତ ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠିଆ ସମେତ ବହୁ ବରିଷ୍ଠ ନାଗରିକ ଓ ଭିନ୍ନ ଭିନ୍ନ ଗ୍ରାମରୁ ଆସିଥିବା ଶତାଧିକ ଲୋକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।